କବି Poet Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କବି Poet

Rating: 5.0

ଯେହେତୁ କବି
ଗଜାନନ ମିଶ୍ର

ଯେହେତୁ ମୁଁ
ପାରିଲି ନି ସାମିଲ ହୋଇ
କୌଣସି ଗୋଷ୍ଠୀରେ ଦଳରେ
ଆଉ ରହିଲି ଏକା ହୋଇ,
ହୋଇଗଲି ମୁଁ କବି।

ଯେହେତୁ ମୁଁ
ମୋ ଭାବନାରେ ଏକା ଆଉ
ମୋ ସତ୍ଯ ପଥରେ ରହି
ପାଇଲି ଆନନ୍ଦ ସଦା
ଆଉ ଯେହେତୁ ମୁଁ
କାମନା କଲି ସଭିଙ୍କର
ମଙ୍ଗଳ ସବୁଠି
ହୋଇଗଲି ମୁଁ କବି।

ଯେହେତୁ ମୁଁ
କଲି ନାଇଁ ପାତରଅନ୍ତର
କଳାଗୋରା ସାନବଡ
ଶକ୍ତ ଅଶକ୍ତ ଆଉ ଯେହେତୁ ମୁଁ
ପଦ୍ମକୁ ଆଉ ପଙ୍କକୁ ଭାବିଲି ଏକ
ସ୍ବତନ୍ତ୍ର ନିତ୍ଯ ନୂତନ
ରଙ୍ଗୀନ ଆଲୁଅ ବରଦାନ
ସୂର୍ଯ୍ୟ ଚନ୍ଦ୍ରଙ୍କୁ ଆଣି ରଖିଲି
ନିଜ ଭିତରେ ଆଉ ଫୁଟେଇଲି
ବାସଯୁକ୍ତଫୁଲ ଆଉ ସଚରାଚର
ସଭିଙ୍କୁ ବାଣ୍ଟି ବାଣ୍ଟିଗଲି ଅମୃତ
ନକରି ବାଛବିଚାର ନିଜପର
ବୋଇଲେ ସଭିଏଁ ମତେ କବି।

ଯେହେତୁ ମୁଁ କବି,
ଦେଖେଇଲି ସଭିଙ୍କୁ
ନିତ୍ୟନୂତନ ଛବି
ଆଉ କହିଲି କର ନି ଦୁଃଖ
ଏଠାକାର ଏସବୁ କିଛି ନୁହଁ ତୁମର
ଆସିଛ ଅଛ ଯାଉଛ ଦେଖୁଛ
ସବୁଠି ଅଛ କୋଉଠି ନାହଁ
କୋଉଠି ନାହଁ ସବୁ ଭୋଗୁଛ
ମାଲିକ ଚାକର କେହି ନୁହଁ କାହାର
କେହି ନୁହଁ କୋଉଠି ପ୍ରତିଷ୍ଠାତା
କି ସୂତ୍ରଧର।
ସାମିଲ ହୁଅ କହିଲି
ଅଲଗେଇ ହୁଅ କହିଲି
ଭୋଗ ଜୀବନ ସମୟ,
ସମୟକୁ ସମୟ ଚାଲିଛି
ପାଅ ଶାନ୍ତି ପ୍ରତି ସମୟରେ,
ବଦଳି ବଦଳି ଭାବି ଭାବି
ଆଉ ଯାଅ ତୁମେ ବି ହୋଇ କବି
ତୁମେ ବି ହୋଇ କବି
ତୁମେ କବି।

ତପୋବନ, ଟିଟିଲାଗଡ, ବଲାଙ୍ଗିର
31/5/2019

Thursday, May 30, 2019
Topic(s) of this poem: peace,poet,world
POET'S NOTES ABOUT THE POEM
Language - odia, script- brahmi,about world peace
COMMENTS OF THE POEM
Dr Dillip K Swain 31 May 2019

ଯେହେତୁ ମୁଁ ପାରିଲି ନି ସାମିଲ ହୋଇ କୌଣସି ଗୋଷ୍ଠୀରେ ଦଳରେ ଆଉ ରହିଲି ଏକା ହୋଇ, ହୋଇଗଲି ମୁଁ କବି। Touching expression! The joy that you derive from poetry by being a genuine poet with a sublime poetic heart can't be expressed through words! A beautiful poem....10

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success