କବି, ମୁଁ Poet, I Am Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କବି, ମୁଁ Poet, I Am

Rating: 5.0

ନାମମାତ୍ର କବି
ଗଜାନନ ମିଶ୍ର

ହଁ
ନାମମାତ୍ର କବି ମୁଁ।
ଠିକ୍ ଶବ୍ଦ ଠିକ୍ ବେଳେ
ଠିକ୍ ଜାଗାରେ
ରଖି ପାରେ ନି କି
ସତରେ!
ଆଉ ଏଇ ସୁଯୋଗରେ
ହେଉଛି ମୁଁ
ଚଢଉର ଶିକାର।
ସମୟ କରୁଛି ଚଢାଉ
ମୋ ଉପରେ
ଆଉ ମୁଁ ନାମମାତ୍ର କବି
ଦେଖ ଅସହାୟ କେତେ!
ସୁଯୋଗ ଦେଖି
ଚାକରବାକର ବି
ମୋ ଉପରେ ଫୁତ୍କାରୁଛନ୍ତି।
ମୁଁ କବି ନାମକୁ ମାତ୍ର,
ଶବ୍ଦ ଅଣ୍ଟୁ ନି
ସରୁଛି ସମୟ।
ଜୀବନ ସରୁଛି
ରାସ୍ତା ସରୁ ନି।
ମୁଁ କବି ମୂଲିଆର
ଶ୍ରମିକର
ମୁଁ କବି
ଭୋକିଲା ଶୋଷିଲାର
ମୁଁ କବି
ନାମକୁ ମାତ୍ର କବି
କାହା ପାଇଁ
ପାରୁ ନି କରି କିଛି।
ଗାଁ ମୁହାଁ ଯାଉଛି
ଗାଁ ଯାଉଛି ଦୂରେଇ।
ସ୍ଥିତି କଣ ମୋର?
ମୁଁ କବି
ନାମକୁ ମାତ୍ର କବି।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
14/05/2020

Thursday, May 14, 2020
Topic(s) of this poem: poet,state
COMMENTS OF THE POEM
Dr Dillip K Swain 14 May 2020

A beautiful write! Thanks for sharing....10++++

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success