ସମସ୍ୟା
ଗଜାନନ ମିଶ୍ର
କହୁ ନି,
ମୋ ସମସ୍ୟା
ତୁମ ସମସ୍ୟାଠୁ
ଅଲଗା।
କହୁ ନି,
ପାରୁ ନି ଦେଖି
ଚାରିଆଡେ ଅନ୍ଧାର।
କହୁଛି,
ଉତ୍ତର ସବୁ
ରହିଛି ପ୍ରଶ୍ନରେ।
କହୁଛି,
ସବୁର ମୂଳାଧାର ମୁଁ
ଆଉ ମୋ ପାଇଁ ଇ
ଝଡ ଆଉ ସ୍ଥିର ସମୁଦ୍ର।
ତପୋବନ, ଟିଟିଲାଗଡ, ବଲାଙ୍ଗିର
15/6/2019
This poem has not been translated into any other language yet.
I would like to translate this poem