ଯାତରା ହେବା
ରଥ ଯାତରା,
ଉଆଁସ ଗଲେ ଦୁଇଦିନ।
ଉଆଁସ ଗଲେ ପରତିପଦା
ତାରଉତାରୁ ରଥଦୁତିଆ।
ରଥ ଦୁତିଆ, ଅଛେ ତମର
ଇସ୍କୁଲ ଛୁଟି।
ନେଇଁ ଯାଏତାଁ ପୁରୀ!
ଗୁରଦୁ ଗାଡି
ଜଉଛେ ହେନକେ,
ଆଏଜ ବଲି ନେଇଁ ହୋ
ସବୁଦିନେ।
କାଣା ଦେଖବ ଭିଡ,
ପଡାପଡି ମଡାମଡି।
ଆଗ ହଉଥିଲା ଛାଡାବାନ୍ତି
ଏଭେ ଗଲାନ
ସବୁ ଛାଡିଛୁଡି।
କେତନି କେତେ ପୁଲିସ,
ସ୍ୱେଚ୍ଛାସେବୀ ଗଦା ହେସନ,
କାହାର ମାରଗେ କିଏ
ଦେ ଦେବତା ଦେଖସନ
ନଡିଆ ବିକସନ,
କେତେକାଣା କେନକେନମାନେ
କହେସନ ଟିଭିଥି ରେଡୁଥି।
ହେଟାସବୁ କଥା ନେଇଁସେ ଯେ!
ଗଲା ଗଲା ବାଗିର ଲାଗସି ମନ,
ନେଇଁ ପାରଲେ ଭି ଯେଇ,
ଲାଗସି ହେନ ଅଛେଁ ବାଗିର।
କିଏ କେତେବେଲେ କେନ ଥିସି,
ଯାଏସି କେନକେ, କରସି କାଣା
ହେତାର ଉପରେ ନେଇଁ ସରେ
ଯେତେ କରୁଥିଲେ ଭି ଆଲୁଚନା।
ଯିଏ ଯେନ ଥିଲେ ଭି
ହେଟା ପୁରୀ ଆଏ,
ଯିଏ ଯେନ ଦିହେ ଥିଲେ ଭି
ହେଟା ପୁରୀ,
ବୁଝବାରକେ ପଡସି
ବୁଝାବାରକେ ପଡସି,
ଆରୁ ଭି ଇ ଜୀବନଟା
ଗୁଟେ ଯାତରା ଆଏ
ଗହ ଗହ ହେଇକରି
ପାଲବାକେ ପଡସି,
ବଢେ ଉସତଥି।
This poem has not been translated into any other language yet.
I would like to translate this poem
ଯିଏ ଯେନ ଥିଲେ ଭି ହେଟା ପୁରୀ ଆଏ, ଯିଏ ଯେନ ଦିହେ ଥିଲେ ଭି ହେଟା ପୁରୀ.......Jai Jagannath! ......................................10