ପଢନ୍ତୁ ନାଇଁ Read Not Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପଢନ୍ତୁ ନାଇଁ Read Not

Rating: 5.0

ପଢନ୍ତୁ ନାଇଁ ମୋ କବିତା
ଗଜାନନ ମିଶ୍ର

ମୂଳରୁ ପଢନ୍ତୁ ନାଇଁ
ମୋ କବିତା ଦୟାକରି
ଆଗପଛ ନାଇଁ କିଛି
ଏଥିରେ ଯଦି ଖୋଜୁଛନ୍ତି
ସତକୁ ସତ ଏଠି।

ନିଶ୍ଚୟ ବୋଲି
ଅଛି ଅବଶ୍ୟ
ଯୁକ୍ତିତର୍କ।
ଅଛି କିଛି କିଛି
ମନ ଆଉ ଅହଙ୍କାର।
ଅଛି ପେଂଚପାଂଚ
ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ।
ଅଛି ଏଇଠୁ କେମିତି
ଉତ୍ପନ୍ନ ହୁଏ ବିକାର
ସେଇ ଉପାୟ।

ଥାଅ ସୂକ୍ଷ୍ମରେ
କି ଥାଅ ସ୍ଥୂଳରେ
କିଛି ଯାଏ ଆସେ ନା ମୋର।
ମୋ ଚେତନା
ମୋ ଧୃତି
ମୋ ଇଚ୍ଛା ମୋର।
ଆଉ ଚାହେଁ ନା ମୁଁ
କରିବାକୁ ସଂକ୍ଷେପ।

ଅବଶ୍ୟ ଅଛ ମୋଠିଇ,
ଅଛ ସକଳପ୍ରକାରର
ସରଳତାରେ ଆଉ ଅଛ
ଆସକ୍ତିରେ ଆଉ ଅଛ
ପ୍ରାପ୍ତି ଅପ୍ରାପ୍ତିର
ଶୁଦ୍ଧଅଶୁଦ୍ଧର ବାହାରେ।

କେମିତି କଣ ଆଉ ବୁଝାଇବି
ଯଦି ଚାହୁଁ ନ ବୁଝିବାକୁ!
ନାଇଁ ଲାଭ ବୋଲି କହୁ ନି
ଦେଖାଉଛି ଯେବେ
ମୋ ଆଖି ପାଟି ପେଟ
ହସ୍ତ ପାଦ।
ଅବଶ୍ୟ ମୁଁ ମୋର ଇ
ଭୋକ୍ତା ଆଉ ଭୁକ୍ତ।

ଅଯୋଗ୍ୟ କହୁ ନି ତୁମକୁ,
ଖରାପ ବୁଝିବାର ନାଇଁ କିଛି।
କିନ୍ତୁ ଉଠ ଆଉ ଦେଖ,
ଦେଖ ପରଖ କଣ ପ୍ରକୃତ
କଣ ଅବସ୍ଥିତ ଆଉ
କଣ ପ୍ରାପ୍ୟ।
ପ୍ରାପ୍ତ ତୁମେ
କର ନି
ନିଜକୁ ନିଜେ ନଷ୍ଟ ।

ଦେଖ,
ମୋ କବିତା ନୁହଁ
ତୁମଠି ଲିପ୍ତ।
ଆବୋରି ରହିଛି ଯଦିଓ
ତୁମର ସମଗ୍ର କ୍ଷେତ୍ର।

ତପୋବନ, ଟିଟିଲାଗଡ, ବଲାଙ୍ଗିର
12/11/2019

Monday, November 11, 2019
Topic(s) of this poem: poetry
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success