କହ ନାମ, କହ ବାସସ୍ଥାନtell Name Tell Residence Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କହ ନାମ, କହ ବାସସ୍ଥାନtell Name Tell Residence

Rating: 5.0

ନାମ କହ,
କହ ନାମ,
କହ ବାସସ୍ଥାନ।
ଅଛି କଣପାଇଁ, କହ।
କହ, ନ ଥିଲେ
କଣ ହୋଇଥାନ୍ତା।

ଏତିକି ସେତିକି ହେଲାଣି,
ତଥାପି ପଡୁ ନି ମନେ।
ଜଙ୍ଗଲଘୁରା ଆହୁରି
ଅଛି ଢେର୍।
ଗଲ କେମିତି ଆଉ ଅଛ
କୋଉ ଯାଏ ଅଗୋଚର
ତୁମକୁ ଆଉ ମତେ ବି।

କିଏ କାହାର କେମିତି
କାଟୁଛି ଗୋଛି,
ଜାଣିବାକୁ ଆଗ୍ରହ।
ଲାଭାଲାଭ ତେଣିକି ଥାଉ,
ତୁମ ଭିତରେ କିଏ
ମୋ ଭିତରେ କିଏ
ହେବ ଦେଖିବାକୁ।
ଭିନ୍ନାଭିନ୍ନ ନାହିଁ
କି ନ ଥିଲା, କି
ରହିବ ନାହିଁ।
ତଥାପି ପାତରଅନ୍ତର
କିଆଁ ପଡୁ ନି ବୁଝା।

ଯୋଉଠି ଥ,
ଥ ମୋର ହୋଇ।
ଯେମିତି ଯାହା କର,
ପାଇବ ସେମିତି,
ହେବ ନି ବିଳମ୍ବ ।
ଗୋଟିଏ ଇ ସମୟ
ତୁମର ମୋର।
ବାସ୍ନାମୟ।

Saturday, September 1, 2018
Topic(s) of this poem: name
POET'S NOTES ABOUT THE POEM
written in odia language, odia is the official language of Odisha India
COMMENTS OF THE POEM
Dr Dillip K Swain 01 September 2018

ନାମ କହ, କହ ନାମ, କହ ବାସସ୍ଥାନ। ଅଛି କଣପାଇଁ, କହ। କହ, ନ ଥିଲେ କଣ ହୋଇଥାନ୍ତା। A beautiful poem (10)

1 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success