ଯେମିତି ଯୋଉଠି
ଗଜାନନ ମିଶ୍ର
ଆଜି ଅଛି
କାଲିକି ନ ଥିବ।
ଆଜି ନାଇଁ
କାଲି ନ ଥିଲା
କାଲି ଆସିଯିବ ।
ନ ଆସିଲେ ନାଇଁ
ଆସିବା ଯିବାକୁ ନେଇ
କିଏ ଭାବୁଛି!
ଆଜି କାଲି ଭିତରେ
ଫରକ କଣ ଅଛି?
ଜୀବନ କେମିତି ଅଛି,
ଅଛି କି ନ ଅଛି
କିଏ ପଚାରୁଛି!
ନ ପଚାରିଲେ ବି
କଣ ହେଉଛି କ୍ଷତି!
ଯା ବାଟରେ ଯିଏ
ଯେମିତି ଯୋଉଠି
ଫୁର୍ସତ କାହିଁ
ବୁଝିବାକୁ ସମଝିବାକୁ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
30/5/2019
This poem has not been translated into any other language yet.
I would like to translate this poem