ଅଛେ ଆମେ ପରସ୍ପର ପାଖରେ
ପରସ୍ପର।
ଅଛେ ଆମେ,
ପରସ୍ପରର ହୋଇ।
ବାହାରର ଝଡବତାସ କି
ଭିତରର ଅଶାନ୍ତି ଅସନ୍ତୋଷ
କିଛି ଟିକିଏ ବି
ହଲେଇ ପାରି ନାଇଁ।
ଅଛେ ଆମେ
ଆମଠି।
କିଏ ଆମେ,
କଣ ଆମର,
କିଛିର ପ୍ରଶ୍ନ
ଟିକିଏ ବି ନାଇଁ।
ଯାଉଛେ ଆମେ
ଆକାଶ ଛୁଇଁ ଛୁଇଁ।
ଆମେ ଇ ଆକାଶ,
ଆମେ ଇ ମାଟି,
ଅନନ୍ୟ ଅସାଧାରଣ ଆମେ
ଆମର ତୁଳନା ଇ ନାଇଁ।
English rendering;
We are staying with each other,
We are for each other.
No outside storms or
Inside disturbance dissatisfaction
Made us weak.
We are with us,
Who we are
What is ours
No questions.
We are going
Touching the sky.
We are the sky
We are the earth.
We are unique
We are extraordinary,
No comparison.
This poem has not been translated into any other language yet.
I would like to translate this poem