ସତ୍ୟ ଆଉ ନ୍ୟାୟ Truth And Justice Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସତ୍ୟ ଆଉ ନ୍ୟାୟ Truth And Justice

Rating: 5.0

ଦୁଃଖ
ଗଜାନନ ମିଶ୍ର

ମୋର ଅନୁଭବ
ଆଉ ଅନୁଭୂତି,
ସତ୍ୟ ଆଉ ନ୍ୟାୟ
ସବୁକୁ ଫେଣ୍ଟି
ବଂଚୁଛି ପ୍ରତ୍ୟହ
ଭେଟିବାକୁ ନୂଆ
ସୂର୍ଯ୍ୟୋଦୟ।
ତୁମ ସ୍ୱାର୍ଥକୁ ଜଗି
କେବେ ମୋ ପାଖକୁ
ତ ଆଉ କେବେ
ମୋଠୁ ହେଉଛ ଦୂର।
ଜାଣେ ମୁଁ ଇଏ
ସବୁ ସବୁ ଖେଳ
ନିଆଁ ଆଉ ପାଣିର।
କେତେ ହସ
କେତେ ପ୍ରେମ
କେତେ ନାଚଗୀତ
ଆଉ କେତେ ସୂର୍ଯ୍ୟାସ୍ତ
ସବୁକୁ କରି ଗଣ୍ଠି ଧନ
ଚାଲିଛି ମୋ ଯାତ୍ରା
ଦେଖ ଅବିରତ।
କିଏ ଆସୁଛି
କିଏ ଯାଉଛି
କିଏ ରହୁଛି
କିଏ କଣ ଦେଉଛି କି
ନେଉଛି ନାହିଁ ହିସାବ।
ମୁଁ ମୋର ବେପରବାୟ।
ଆଉ ନାହିଁ ମୋର
ଆୟବ୍ୟୟ ।
ଦୁଃଖ ଏତକ
ବିଲୁଆକୁ ଭାବିଥିଲି
ସିଂହ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
19/11/2019

Tuesday, November 19, 2019
Topic(s) of this poem: truth
POET'S NOTES ABOUT THE POEM
Language - odia,script - brahmi.A true man stood always with truth and justice.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success