ବାହାର ଭିତର
ଗଜାନନ ମିଶ୍ର
1
ବାହାର ଭିତର
କିଏ କହିବ ମୋର!
ଯାହା ଭିତରେ
ତାହା ବାହାରେ।
ମୋର ତୋର
ସବୁ ଅଗୋଚର।
2
ଭାବ ଅଭାବ
ପାଖ ଦୂର
ଆଲୁଅ ଅନ୍ଧାର
ସବୁ ଇଚ୍ଛାର।
ନମସ୍କାର
ବିରାଟ ସାଗର।
3
ନାଇଁ ଉପଚାର
ଚର ଅଚର
ନାହିଁ ଅଧିକାର।
ନାଇଁ ନାଇଁରେ
ସଂସାର ଅବତାର
ପୁରଷ୍କାର ତିରସ୍କାର।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
14/02/2021
This poem has not been translated into any other language yet.
I would like to translate this poem