ଜାନିଛେଁ ଉତକେଲା
ଗଜାନନ ମିଶ୍ର
ନେଇଁ ଦେଖି ଉତକଲ,
କାଣା ହେଟା ଅଛେ କେନ
ଜାନି ନେଇଁ।
ଜାନିଛେଁ ଉତକେଲା,
ବେଲଗାଁଥୁ ଭବାନିପାଟଣା
ରୁଡେ ପଡସି ।
ଲିଙ୍ଗରାଜ ମିଶ୍ର, ବଂଧୁ ହେବେ,
ରହେସନ ହେଠାନେ ଇଛେନ।
ଆରୁଗୁଟେ ଥିଲେ
ଲିଙ୍ଗରାଜ ମିଶ୍ର, ମୋର
ନିଜ ବବା, ମଲେନ ହୋ,
କେନସରରେ, ଗାଁ ଟିକପାଲି।
ଇତାକର ବୁଆ, ମୋର
ଦଦା ବଲମି ନିକେଁ,
ପଠାନି ମିଶ୍ର, ଆଇଥିଲେ
ଭାଗି ବଲାଙ୍ଗିରକେ
ରଣପୁର ବୃନ୍ଦାବନପୁର
ବ୍ରଜସୁନ୍ଦରପୁର ଠାନୁ।
ହେଟାକେ କାଣା କହେବ
ନେଇଁ ପାରେଁ କହି।
ଉତକଲ କହ କି
ଉତକେଲା ସବୁ ମାୟାରେ ବାୟା!
ଉତକେଲା ସବୁ ମାୟାରେ ବାୟା,
ହେ ଶବଦମାନକେ ନେଇକରି
ଘାଁଟିଚକଟି ହେବାରଟା ବେକାର,
ଗୁହୁ ଘାଁଟଲା ବାଗିରଟା।
ଇଝନକର ଇ ଜିବନକେ
ବଁଚବାର ଅଛେ ଆମକେ
ପେରେମସେ।
ସଭକର ଇ ପୁରଥି ଗୁଟେ,
ମନ ଫଟାଫଟି କଲେ
କଥା କଟାକଟିଥି
ହୁଡାକୁଦା ଟଙ୍ଗିଆ ବାରସି
ବନ୍ଧୁକ ବୁମା ଫୁଟାଲେ
କିଛୁ ଫାଏଦା ନେଇଁ।
ସଟକିନା ସମିଆ ପଲାବା,
ହେନୁ ଆରୁ କେଁ ରହେବା
କେନ ସାଁଗ ସରସା,
କେନ ବଡୁ କେନ ବବା!
ତପୋବନ, ଟିଟିଲାଗଡ, ବଲାଙ୍ଗୀର
4/10/2018
This poem has not been translated into any other language yet.
I would like to translate this poem