ନାମରେ କି କାମ What Is There In Name Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନାମରେ କି କାମ What Is There In Name

Rating: 5.0

1

ତଥାପି କହୁଛି
ମୋ ନାଁ ଦାମ
କରିକି ଦେଖେଇଦେବି
କହୁଛି ଯେତେ କାମ!

କହୁଛି ଆରେ
ରହ ଟିକେ।
ଏ ଲୋକେ ବୁଝିବେ କଣ?
ମେଣ୍ଢା ପରି ଡେଇଁବେ
ଥାଉ ଖାଲ କି ପଥର
ଅପେକ୍ଷାରେ ଥାଉ ପଛେ ଯମ!

ଆରେ ହେ
ୟେ ଶବ୍ଦସବୁ ଆସୁଛି ସେଆଡୁ,
ସେଆଡେ ଅଛି ପରା
ସତ୍ୟର ତପୋବନ!

2

କୋଉ ଦାମରେ ଏଇଟା?
ଗୋଟେ ଦାମକୁ ଜାଣିଥିଲି
ପଢୁଥିଲା ମୋ ସାଙ୍ଗରେ
ଆମ ଗାଁ ଇସକୁଲରେ।
ଗୋଟେ ସ୍ତ୍ରୀ ବାହା ହୋଇଥିଲା
ଆଣି ରଖିଲା ଆଉ ଗୋଟେ ସ୍ତ୍ରୀ ।

ଆଉ ଗୋଟେ ଦାମ
କାମ କରୁଥିଲା ମୋ ଅଫିସରେ
ମିଛର ଭଣ୍ଡାର ଥିଲା
ପାଖରେ ତାହାର ସବୁବେଳେ।

ଆଉ ଗୋଟେ ଦାମ
ଥିଲା ଗୋପରେ।
କହି ପାରିବ କିଏ ସେଇ କଥା
ଶବଦ ନାଇଁ ଏଠାରେ ।

3

ଦାମଫାମ ନାମ ଯାଉ ସେଆଡେ
ଏବେ ଏଆଡେ ବହୁତ ପଡିଛି
କରିବାକୁ କେତେ କାମ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
18/9/2019

Tuesday, September 17, 2019
Topic(s) of this poem: name,work,world
COMMENTS OF THE POEM
Gajanan Mishra 17 September 2019

Work is great, one should go on working for all welfare

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success