1
ଅଛି ନ ଅଛି ସମାନ।
ସମ୍ଭବ ଅସମ୍ଭବ ସମାନ।
ଏଠି ଆଉ ଏବେ ଦେଖୁଛି
ସକାଳ ସଂଧ୍ୟା ରାତି ଆଉ ଦିନ
ଏକା ସାଙ୍ଗରେ।
ବିଶ୍ୱାସର ସହିତ କହିପାରେଁ
ନାହିଁ ମୁଁ କୌଣସିଠି।
2
ଯେତେବେଳେ ବି ଡାକୁଛି
ତମେ ନ ଶୁଣୁଛ ନୁହଁ।
ମୋ ଡାକିବା ନ ଡାକିବାରେ
ଫରକ ପଡୁଛି ସେମିତି ବି ନୁହଁ।
ଜାଣେ, ମୋ ଶବ୍ଦ ଶରୀର
ସବୁ ମୋର ଏମିତି ନୁହଁ।
This poem has not been translated into any other language yet.
I would like to translate this poem
ଅଛି ନ ଅଛି ସମାନ। ସମ୍ଭବ ଅସମ୍ଭବ ସମାନ। beautifully expressed dear elder brother! Well penned.....10