ଏତେ ସେତେ ଜ୍ଞାନ With So Much Knowledge Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏତେ ସେତେ ଜ୍ଞାନ With So Much Knowledge

Rating: 5.0

କୃଷ୍ଣ ଉଦ୍ଧବ ସମ୍ୱାଦ
ଗଜାନନ ମିଶ୍ର

ଏତେ ସେତେ ଜ୍ଞାନ
କଣ ଦେବ କାମ!
କଂସ ଦରବାରରେ
କଟେଇଛ ଏତେ ଦିନ
ଆଉ ବଢେଇଛ ଖାଲି ଅହଂ।
ଆଉ କରିଛ ସର୍ବନାଶ
କେବଳ ତୁମର,
କି ନୁହଁ? ପଚାର
ଦେବ ଉତ୍ତର
ତୁମ ମନ।

କରୁଛ ଯାହା
କାହାର କେମିତି
ହେଉଛି ମଙ୍ଗଳ,
ଦେଖ, ପରଖ।
ପଦ ପଦବୀ ନାମ
ଏ ସବୁ ବେକାର
ଏସବୁରେ କେବଳ
ରହିଛି ବ୍ୟାପୀ ଅନ୍ଧାର।

ଭାବକୁ ଆସ
ପ୍ରେମପ୍ରୀତିକୁ
ରଖ ସାଉଁଟି,
ଆଉ ଦେଖ
କିଏ ତୁମର,
ତୁମେ କାହାର।

ଏତେସେତେରେ
ମିଳିବ କଣ?
ସିଧାସଳଖକୁ
ବଙ୍କାତେଢା ବୁଝ ନା।
ବଙ୍କାତେଢାକୁ
ସିଧା ସମଝି ନିଅ ନା।
ଆଉ ମୁଣ୍ଡାଅ ନା
ବିପଦ ପରେ ବିପଦ।

କରୁ ନି ତୁମଠି
ଭାଷଣବାଜି।
ବଖାଣୁଛି ସତ୍ଯ,
ବାଧୁଛି ଯଦି
କ୍ଷମାକର,ଥାଉ ଥାଉ
ବେଳ, ଯାଅ ସୁଧୁରି।

ଆଉ ଦିଅ ସମର୍ପି
ନିଜକୁ
କେବଳ ନିଜଠି
ସବୁଠି।

ତପୋବନ, ଟିଟିଲାଗଡ, ବଲାଙ୍ଗିର
25/5/2019

Saturday, May 25, 2019
Topic(s) of this poem: knowledge
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success