ବିନା ସର୍ତରେwithout Any Condition Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବିନା ସର୍ତରେwithout Any Condition

Rating: 5.0

ବିନା ସର୍ତରେ
ଗଜାନନ ମିଶ୍ର

ମଂଜୁର ନୁହେଁ
କୌଣସି ସର୍ତ।

ତୋର ତୁ
ନେବୁ ତ ନେଇ ଯା
ଯାହା ଯେତେ ଯଦି ଦେଇଛୁ।
ନେବୁ ତ ନେଇ ଯା
ମୋଠି ଅଛି ଯାହା
ଦେଖି ଶୁଣି ଜାଣି
ଯଦି ନ ସହି ପାରୁଛୁ।

ମଂଜୁର ନୁହେଁ
ତୋର କୌଣସି ସର୍ତ।

ଛାଡି ଦେ
ମତେ ମୋଠି।
ମୁଁ ମୋର ଯାଏଁ
ପାହାଡ ପବନ ଡେଇଁ
ଆକାଶ ସମୁଦ୍ର ଲଂଘି
ମୋରି ଭିତରକୁ ଆହୁରି।

ମଂଜୁର ନୁହେଁ
କୌଣସି ସର୍ତ।

ଚିହ୍ନି ସାରିଛି ଏଠି
ଭ୍ରମରକୁ ଆଉ
ଫୁଲକୁ ବି।
କହି ସାରିଛି, ଆଉ
ମୋର କୁହା
କାହାକୁ ଛୁଇଁଛି କେମିତି
ଅନୁମାନ ସାରିଛି କରି।

ଥା, ଥା ତୁ ତୋର,
ମତେ ମୋର ଦେ ଯିବାକୁ
ମୋଠୁ ବାହାରକୁ,
ବିନା ସର୍ତରେ।
ସବୁ ସର୍ତ୍ତ
ମୋର ମୋ ନିଜକୁ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର, ଓଡିଶା।
9437366644

Friday, September 28, 2018
Topic(s) of this poem: life
POET'S NOTES ABOUT THE POEM
written in odia language, odia is the official language of Odisha India. It is about life, free life, one should live freely here
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success