ବାଇଗଣ ଆଉ ବେଲୁନ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବାଇଗଣ ଆଉ ବେଲୁନ

Rating: 5.0

1
ବାଇଗଣ ଅଛି
ଆଉ ଅଛି ବେଲୁନ ବି।

କଲମ ବି ଅଛି
ଆଉ ଅଛି କଲରା ବି।

ଯୋଉଟା ହେଲେ
ତୁମର ମାଣ ପୂରିବ
କହିଦିଅ ସେଇଟା ।

ଅସରପାକୁ ଆଉ
ପାରାକୁ
କର ନା ନକଲ।

ଏଇଟା ଇ ବଣ
ଆଉ ଏଇଠୁ
ପଡିବ ଉଠିବାକୁ
ବୁଲାଇ ଖଣ୍ଡା
ପରଖିବାକୁ ହେବ ଶତ୍ରୁ।

2
ଯୋଉ ତଫାତ ଅଛି
ଦା ଆଉ ଦଉଡି ଭିତରେ
ଛତା ଆଉ ଛତୁ ଭିତରେ
ସେଇଟା ଅଛି କି?

କରତ ହେଉ କି କଦଳୀ,
ରସୁଣ ହେଉ କି ରସମଲାଇ,
ସବୁକୁ ମାଛ ହିଁ ପାରେ ଗିଳି
କେମିତି ପାରିବି ତୁମକୁ ବୁଝାଇ!

ହାଟକୁ ଗଲି ଯେ
କଣ କଣ ଦେଖିଲି
କେମିତି କହିବି ଆଉ
କହିଲେ ବି ତମେ କୋଉ
ବିଶ୍ୱାସରେ ଯିବ କି!

ଅଳପ କଥାରେ
ଗଳପ କହି
ଠିଆ ଏଠି ଯିଏ
ବୁଝେଇବି ସେଇଟାକୁ
ନାହିଁ ଶକତି।

ପାଠଶାଳା ବହୁତ ଦିନରୁ
ଛାଡି ସାରିଛି।
ଆଉ ଏବେ ଚଣା ଚୋବେଇବାକୁ
ନାଇଁ ଦାନ୍ତ।

ବଜାଅ ତବଲା,
ପଡୁ ଉଠୁ ଖଳା।
ଅକଲରେ ନକଲ ମିଶାଇ
ତମେ ଯୋଉଠି ଫଶିଛ
ସବୁ ଜାଣିଛି ସେ ଗଛ।

Wednesday, September 18, 2019
Topic(s) of this poem: life
COMMENTS OF THE POEM
[email protected] 18 September 2019

Great write, simple But on fact not so

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success