ବେଳେ ବେଳେ
ଏମିତି ହୁଏ
ଯୁଆଡେ ଚାହୁଁଥାଉଁ
ଯାଇପାରୁ ନ ଥାଉଁ ସେଆଡେ।
ଯାହା କରିବାକୁ ଚାହିଁଥାଉଁ
କରିପାରି ନ ଥାଉଁ ।
ଯାହାକୁ ଯାହା କହିବାକୁ
ଚାହିଁଥାଉଁ ତାହା କହିପାରି ନ ଥାଉଁ ।
ତଥାପି କହୁଁ, କହିବାକୁ ପଡେ ଆମକୁ
ଜୀବନ ସୁନ୍ଦର, ବହୁତ ସୁନ୍ଦର ।
ଜୀବନ ଆମର, ଜୀବନ ଆମର
ଆଉ ଏଇ ଜୀବନକୁ କରିବାକୁ ହେବ
ଆହୁରି ମଧୁମୟ, ଆହୁରି ଐଶ୍ଵର୍ଯ୍ୟମୟ,
ଆହୁରି ଆଲୋକମୟ ।
This poem has not been translated into any other language yet.
I would like to translate this poem