1.
ପଚାରେ ଯେବେ ଚନ୍ଦନ,
ମୋ ପାଖରେ ନ ଥାଏ
ଉତ୍ତର ଭାଷା ଗୋଟେ କଣ!
କରୁ ନି ମନା ମୁଁ କରିଥିଲି
ଭାଷା ପାଇଁ ଅନଶନ ।
ମିଳିଲା କଣ ସେ କଥା
କହିବାକୁ ବି ନାହିଁ ମନ ।
ଦାବି ଥିଲା ଭାଷା ପ୍ରଚଳନ,
ଆଉ ଦଣ୍ଡବିଧାନ ।
ସବୁକିଛି ଆବେଗପୂର୍ଣ,
ଆବେଗରେ କଣ
ଜିଇଁ ହୁଏ ଜୀବନ!
କିନ୍ତୁ ଥିଲେ ସିନା କହିହୁଏ
କିଏ କେମିତି ସ୍ଵୟଂସଂପୂର୍ଣ ।
2.
କିଛି ଭାଷା
ଯାଇଛି ରହି
ନବୀନ ନିବାସରେ ।
କିଛି ଭାଷା
ପାଉ ନି ରାସ୍ତା
ଆମରି ଇଜଲାସରେ ।
ପେସାଦାର କବି
ଛଟପଟ ଭିଡ ରାସ୍ତାରେ ।
କହୁଛି କିଏ କଣ କେତେବେଳେ
ନାହିଁ ନିଘା କବିର,
ଚାପିଚୁପି ଦେଇ ସବୁକିଛି
ଯାଉଛି ଗଡି ସମୟ ବୁଲଡୋଜର ।
ଆରେ ରହ, ରହ
ବଂଚିଛି ତଥାପି ଦେହ ।
This poem has not been translated into any other language yet.
I would like to translate this poem