ମିଳୁଛି ଆଚାର ବି ଏଠି
ଆମ୍ୱ ଆଚାର, ତେନ୍ତୁଳି ଆଚାର
ଆଉ ଆଉ ବି।
ପାଇବେ ଆପଣ ସେଠିକି ଗଲେ ବଡି,
ଗାଜର, ମଟର, ପିଆଜ
ଆଉ ଆଉ ବି।
ଏଠି ଖୋଜୁଛ କି କୋଉଠି ବହି
ଖୋଜୁଛ କି କୋଉଠି କବି!
ଭର୍ତ୍ତି ନାହାନ୍ତି ନୁହଁ ଭାଟ କବି!
ଶିଉଟର, ମଫଲର ଆଉ
କିଛି ଉଲ୍ ପୋଷାକ ବିକ୍ରି
କରି ଚାଲିଛନ୍ତି ସ୍ତ୍ରୀ ପିଲା ଧରି
ଗୋଟେ ଗେଡା ନେପାଳୀ।
ଅବଶ୍ୟ ରାଜ୍ୟର ଜଣେ ଅମଲା
ଅଫିସର ଏଠି ମୁଖ୍ୟ କାରପଟଦାର।
ଅର୍ଥ ସହାୟତା କରୁଛନ୍ତି
ସ୍ଥାନୀୟ ତହସିଲଦାର।
କିଏ କଣ କରିବ
କିଏ କଣ ପଢିବ
କିଏ କଣ ଲେଖିବ
ଏମାନେ ସବୁ ନିର୍ଦେଶକ।
ଏ ବହି ହାଟରେ
କି କି ବହି କୋଉଠୁ ଆସିବ
କିଏ କିଏ କିଣିବେ
କିଏ କିଏ ସବୁ ଅତିଥି
ଆଉ ହେବେ ବକ୍ତା
ସରକାରଙ୍କ ସହ ପରାମର୍ଶ କରି
କହିବେ ଉଦ୍ୟୋକ୍ତା।
ଆରାମଅୟସର ହୋଇଛି ସବୁ ବ୍ୟବସ୍ଥା।
ରୋକଠୋକ ସତ କହିବ ଯଦି
ଯାଅ ନି, କଥା ମାନି
ରହି ଯାଅ ଏଠି, ଆପଣା ମହତ ଜଗି।
This poem has not been translated into any other language yet.
I would like to translate this poem