କଣ ସେ ଶୀତ ଯୋଉଟା
ଥିଲା ମୋର ହୋଇ
ଦିନେ ମୋରି ଘରେ ।
ଏ ଶୀତ କଣ ସେ ଶୀତ
ଯୋଉଟା ମତେ ଡାକି ନେବ
ପୁଣି ନିଜର କରି ତା ନିଜ ଘରକୁ,
ସବୁ ବ୍ୟବସ୍ଥା କରି ଦେବ କହି
ନେବ ଆଉ କହିବ, ରହ, ବାବା,
ରହ, ଏଇଠି ମୋରି ପାଖରେ ।
ମୋର କଣ ପଥର ଦେହ?
ନା, ତୁମର ପଥର ପରି ହୃଦୟ!
କିଛି ସେମିତି ନୁହେଁ, ଜାଣେ ମୁଁ,
ଆଉ ସବୁଦିନ ଆମେ ଏଠି ଦୁହେଁ।
ଦୁହିଁକି ଦୁହେଁ ଆମେ
ଆମରି ପାଖରେ ପଣବନ୍ଦୀ ।
ଶୀତରେ, ତୁ ଥା ତୋଠି ।
ଆଉ ମତେ ମୋର ସବୁ କାମ
କରିବାକୁ ଦେ ଅନ୍ତତଃ ତୋ
ଆସିଲାବେଳକୁ ଯେମିତି
ମୋର ବୋଲିବାଟା ସବୁ ସରିଯାଉ ।
This poem has not been translated into any other language yet.
I would like to translate this poem