ପୂରା ହେବାକୁ ଦିଅ
ଫୁଲକୁ
ଜହ୍ନକୁ
ଆକାଶକୁ।
ଏ ମେଘଟା
କଣ ପାଇଁ
ୟାଡୁସ୍ୟାଡୁ ଗପୁଛି
ଜଣା ନାଇଁ।
ଅବଶ୍ୟ ଚାଲିଛି
ପୋଷାକ ବଦଳ।
ଅବଶ୍ୟ ଚପଲର ଫିତା
ଯାଉଛି ଛିଣ୍ଡି।
ବାଘ ଆଉ ଟଗର ଭିତରେ
ଥିବା ସଂପର୍କ ଏ ଯାଏ ଅଜଣା।
This poem has not been translated into any other language yet.
I would like to translate this poem