ଆଉଟୁପାଉଟୁ ମଣିଷ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆଉଟୁପାଉଟୁ ମଣିଷ

Rating: 5.0

1.

ଅମୃତ ଆଉ ମଣିଷ
ଉଭୟ ଏକ ।

ମଣିଷ ଅମୃତ
ଅମୃତ ମଣିଷ ।

ସର୍ବବିଜେତା ମଣିଷ,
ସତ୍ୟସଂକଳ୍ପ ମଣିଷ ।

ପରମାନନ୍ଦ ଧାରାର
ଭୋଗୀ ମଣିଷ ।

ଗ୍ୟାନଦେଇ ଜାଣିହୁଏ ମଣିଷ,
ଆଉ ସବୁର ଉତ୍ତର ଥାଏ ମଣିଷଠି ।

ମଣିଷ ଈଶ୍ଵର
ଈଶ୍ଵର କିନ୍ତୁ ସଦା ନୁହେଁ
କେବଳ ମଣିଷ ।

2.

କଣ ଥିଲା ମଣିଷ
ଆଉ ମଣିଷର ହୋଇଛି କଣ ।
ମଣିଷର ଏ ପୃଥିବୀ
ଥିଲା କେମିତି
ଆଉ ଆଜି ଅଛି କେମିତି ।

ଅନ୍ଧାର ଭିତରେ
ଆଉଟୁପାଉଟୁ ମଣିଷ ।
ଆଉ ଏ ଅନ୍ଧାର ନିଜର ।
ନିଜର ବୋଲି କହିବାକୁ
ଭାଷା ରହିପାରୁନି ପାଖରେ ।

ମଧୁର ସ୍ନିଗ୍ଧ ଥିଲା ଯାହା ଯେତେ
ଗଲା କୁଆଡେ ସବୁ ।
ଧୂପ ଦୀପ ଚନ୍ଦନ ପାରୁ ନି
କରି କିଛି ବଦଳାଇ ଆଉ ଆମେ
ଯାଇଛୁଁ ରହି ସବୁ କଷ୍ଟ ସହି ।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success