1.
ଅମୃତ ଆଉ ମଣିଷ
ଉଭୟ ଏକ ।
ମଣିଷ ଅମୃତ
ଅମୃତ ମଣିଷ ।
ସର୍ବବିଜେତା ମଣିଷ,
ସତ୍ୟସଂକଳ୍ପ ମଣିଷ ।
ପରମାନନ୍ଦ ଧାରାର
ଭୋଗୀ ମଣିଷ ।
ଗ୍ୟାନଦେଇ ଜାଣିହୁଏ ମଣିଷ,
ଆଉ ସବୁର ଉତ୍ତର ଥାଏ ମଣିଷଠି ।
ମଣିଷ ଈଶ୍ଵର
ଈଶ୍ଵର କିନ୍ତୁ ସଦା ନୁହେଁ
କେବଳ ମଣିଷ ।
2.
କଣ ଥିଲା ମଣିଷ
ଆଉ ମଣିଷର ହୋଇଛି କଣ ।
ମଣିଷର ଏ ପୃଥିବୀ
ଥିଲା କେମିତି
ଆଉ ଆଜି ଅଛି କେମିତି ।
ଅନ୍ଧାର ଭିତରେ
ଆଉଟୁପାଉଟୁ ମଣିଷ ।
ଆଉ ଏ ଅନ୍ଧାର ନିଜର ।
ନିଜର ବୋଲି କହିବାକୁ
ଭାଷା ରହିପାରୁନି ପାଖରେ ।
ମଧୁର ସ୍ନିଗ୍ଧ ଥିଲା ଯାହା ଯେତେ
ଗଲା କୁଆଡେ ସବୁ ।
ଧୂପ ଦୀପ ଚନ୍ଦନ ପାରୁ ନି
କରି କିଛି ବଦଳାଇ ଆଉ ଆମେ
ଯାଇଛୁଁ ରହି ସବୁ କଷ୍ଟ ସହି ।
This poem has not been translated into any other language yet.
I would like to translate this poem