କହିବ କି
କୋଉ ବାଟେ ଯାଏ ପାଣି
ନଡିଆ ଭିତରକୁ ।
କହିବ କି
କୁହାଯାଏ କାହିଁକି
ଶ୍ରୀଫଳ ନଡିଆକୁ ।
ନଡିଆ ଶତ୍ରୁ କାହାର
ଦେବ କି କହି ।
ନଡିଆରେ ପୁଣି
ଫାଟେ କେମିତି ମୁଣ୍ଡ ।
ନଡିଆ ଫଟା
କେମିତି ସନ୍ତୁଷ୍ଟ ଦିଅଁ ।
କହିବ କି
କାହାର ଏ ନଡିଆ ଏଠି ।
This poem has not been translated into any other language yet.
I would like to translate this poem