କିଏ ଜାଣେ
କାହା କଥା ।
ଆଉ ଯିଏ ଜାଣେ
ସିଏ ଅଥା କହି କହି ।
କଣ କହେ କିଏ,
କିଏ କଣ ବୁଝେ ।
ବୁଝୁ ବୁଝୁ ସକାଳ ଯାଏ
ଆଉ ଆସେ ସନ୍ଧ୍ୟା ।
ସନ୍ଧ୍ୟାରେ ଯେ ଯାହାର
ବେଡିଙ୍ଗ ବନ୍ଧାରେ ବ୍ୟସ୍ତ ।
ବ୍ୟସ୍ତ ରାତି ଆଉ ଦିନ,
ଦିନରେ ସାଧୁ
ଆଉ ରାତିରେ ଚୋର ।
କୋଉ ଭଦ୍ର ତୁମେ କହିଦେଇ ଥାଅ ।
This poem has not been translated into any other language yet.
I would like to translate this poem