ମରାମତି ହେବ ନି କରି
ସମୟ, ପୃଥିବୀ ଆଉ ଜୀବନ ।
ଧନ ଯୌବନ ନୁହେଁ ଚିରଦିନ
ଜଣା ଏତକ ସଭିଙ୍କୁ ।
ଆମେ ମାଛ ମାରୁଥିବା
କେଉଁଟର ଗୀତରେ ବିଭୋର ।
ଆମେ ଆକାଶରେ ଉଡୁଥିବା ପକ୍ଷୀକୁ
ଘଡିଏ ବସିବାକୁ ଅନୁମତି ଦେବାକୁ
ଏଠି ନାହୁଁ ।
ଆଉ ଆମେ ଯାହା ଜାଣୁ
ସେଥିରେ ଆମେ ଖୁସି
ଏ କଥା କହିବାକୁ ହମ ହମ ।
ଆଉ ଏତିକିବେଳେ କଂପି ଯାଉଛି
ସମୟ ବାହାରେ ପୃଥିବୀ ଆଉ ଜୀବନ ।
This poem has not been translated into any other language yet.
I would like to translate this poem