ଦେଖିଛୁ
ଦେଖିଛୁ?
ହଁ, ଦେଖିଛି ଆଉ
ଦେଖୁଛି କହୁଛୁ ।
କଣ ସବୁ
ଆକର୍ଷଣୀୟ
ପାରିବୁ କହି?
କହେଁ କି ନ କହେଁ,
ସବୁ ଜଣାପଡୁଛି
ସମସ୍ତଙ୍କୁ ।
ଖାଲି ଦେଖିବାର ଅଛି
ଅନନ୍ତ ଅନନ୍ତ ବ୍ୟାପି
ଲମ୍ଵିଥିବା କ୍ଷୀର ସାଗର ।
ଖାଲି ଜାଣିବାର ଅଛି
ସରୁଛି କଣ ଆଉ ନ ସରି
କିଏ ପୁଣି କରୁଛି କଣ ।
ନିତ୍ୟ ନିଷ୍ପନ୍ନରୂପ
ଏ କାହାର?
ମୁଁ ମୋର ଅନ୍ତଃଶତ୍ରୁ
ଆଉ ବହିଃଶତ୍ରୁଙ୍କୁ ଜାଣି
କଳି ପାରିଛି କି
କୋଉଠି ମୁଁ ଏତେବେଳେ ।
ମୋର ଆନନ୍ଦ ମୋଠି ।
ପୁଣି ସତ୍ୟରେ
ପ୍ରତିଷ୍ଠିତ ମୁଁ ।
ଜାଣୁଛି କିଏ ଅନ୍ତରୀକ୍ଷରେ,
କିଏ ବାୟୁରେ ଆଉ
କିଏ ମୋର ଏ ପୃଥିବୀରେ ।
କଣ ଦେଖିଛି
କଣ ଦେଖୁଛି ମୁଁ
ମତେ ଜଣା ନାହିଁ,
ଜାଣେ ଏତିକି ଖାଲି
ଆମ ଭିତରୁ ଜଣେ
ନ ଥିଲେ ଆଉ ଆଗକୁ
କିଛି ଲମ୍ଵିବାର ପ୍ରଶ୍ନ ନାହିଁ ।
This poem has not been translated into any other language yet.
I would like to translate this poem