କୋଉ ଶବ୍ଦକୁ ନେଇ
ଆଉ ସେଥିରେ ଭାବନା ମିଶାଇ
କୋଉ ରୂପ ଦେବ ଆଉ ତାହା
କୋଉ କାର୍ଯ୍ୟରେ ଲାଗିବ
ବିଚାର କରିବାକୁ ରହିଛି ସମୟ ।
ସମୟରୁ ସମୟ ପରିବର୍ତନ
ହେଉଥିବ ଯାହା ଆଉ ସେସବୁ
ଭିତରେ ଯାହା ଥିବ ସ୍ଥିର
ବିଦିତ ହେବ ପୁଣି କୋଉ ନାମରେ
ସେ ଉପରେ କହିବାକୁ ତୟାର ଆକାଶ ।
ଆକାଶ ଆକାଶ ବ୍ୟାପି ରହିଛି
ମୁଁ ଇ ଏଠାରେ ଆଉ ମୁଁ ଇ
ମୋରି ଚିହ୍ନ ସ୍ଵରୂପ ରଖି ଦେଇଛି
ଆଲୁଅ ଏଇଠି, ମାଟିକି ଦେଖିପାର ।
This poem has not been translated into any other language yet.
I would like to translate this poem