ଆମ କବିତା
ଆମ ଜୀବନ ।
ଆମ ଜୀବନ
ସରଳ ଆଉ
ଅକୃତ୍ରିମ ।
ନିତ୍ୟ ବ୍ୟବହାର ପାଇଁ
ଅଛି ଆମଠି ଆମ କବିତା
ପେଡି ସାଇତା ପାଟ ନୁହେଁ ।
ରୁଚିପୂର୍ଣ ଆମର କଥାଭାଷା,
ଆମର ମାନଦଣ୍ଡ ଉଚ୍ଚ,
ପ୍ରତି ମୁହୂର୍ତ ଆମେ ନଜକୁ ନିଜେ
କରିଚାଲିଛୁଁ ଉଦ୍ଧାର ।
This poem has not been translated into any other language yet.
I would like to translate this poem