ଭୟର କାରଣ ନାହିଁ,
ନାହିଁ କାରଣ ଭୟର,
କାରଣ ଭୟର ନାହିଁ ।
ହୁଅ ସମର୍ଥ କର୍ମ ସଂପାଦନରେ,
କାରଣ ନାହିଁ ଭୟର ।
ତଥାପି ଦୁଃଖ,
ତଥାପି ଦୁଃଖ ଏଠି
ଏ ଯିବା ଆସିବାରେ ।
ଦୁଃଖର ନାହିଁ ହେତୁ,
ହେତୁ ନାହିଁ ଦୁଃଖର
ଜାଣେ ମୁଁ ।
ମୁଁ ଜାଣେ
କିଏ ତୁମେ ଆଉ
କୋଉ ଭୟରେ ତୁମେ ଥରହର ।
This poem has not been translated into any other language yet.
I would like to translate this poem