କେହି ଯଦି ଆସି କହେ
ନିଜ ଇତିହାସ, କହିବ
କହି ଦେ ଖୋଲାଖୋଲି
ମାଟି ଓ ଆକାଶ ।
ସଂଗ୍ରାମର ବାର୍ତ୍ତା ଦିଏ
ଯଦି କେହି, କହିବ
ପୋଡାଭୂଇଁ ଭୋକ,
କହିବ ଦେବାନେବାରେ
ନାହିଁ କିଛି ବରଂ ବାରିଦିଅ
ଅନ୍ଧାର ଆଉ ଆଲୁଅ ।
ନୂଆ ଆସ୍ଥା ଦେଖାଇଲାବେଳେ
କହିବ ପ୍ରତିବାଦ ବିଦ୍ରୋହ
ସବୁ ସବୁ ଜୀବନର ଗୋଟେ ଗୋଟେ
ଶକ୍ତିଶାଳୀ ଆଭିମୁଖ୍ୟ
ନୂଆ ଜୀବନର ପ୍ରତୀକ ।
ଜୀବନର ଅର୍ଥ
ଏକ ଜାଗରଣ ପ୍ରକ୍ରିୟା,
ନାଟତାମସାର ଏକ
ଭିନ୍ନ ଭାଷା ।
This poem has not been translated into any other language yet.
I would like to translate this poem