ଜଣା ନାହିଁ
କିଏ କେମିତି
ଯିବ କୁଆଡେ ।
କୁଆଡେ ଯାଇ
କିଏ କରିବ ଆଉ
କଣ ଜଣା ନାହିଁ ।
ଦିଶୁ ନାହାନ୍ତି
ଜଣେ ବି ଏଠାରେ,
ନାହିଁ ବି ଶବ୍ଦଟାଏ
ଯାହାକୁ ନେଇ
ପ୍ରକାଶ କରିପାରିବ
ତୁମର ଭାବ
ଠିକ୍ ଠିକ୍ ଭାବରେ ।
This poem has not been translated into any other language yet.
I would like to translate this poem