ଜୀବନ ଏକ ସ୍ମୃତି
ଯାହା ପାଖେ ରହିଛି
କେବଳ ବିଜୟ ।
ଜୀବନ ଟିକିଏ ଆଖିଲୁହ
ଯିଏ ପାରେ ନା ବହି
ବଢି ନଈ ସହିତ ।
ଜୀବନ ଗୋଟେ ବଣ
ଯୋଉଠି ହଜେ
ମହାବଳ ।
ସନ୍ତର୍ପଣରେ ମୁଁ
ପାରେ ନା ଯାଇ ଆଗକୁ ।
ତଥାପି ମତେ ଗୁନ୍ଥିବାକୁ ପଡେ
ଛାଇ ଆଲୁଅର
ଐନ୍ଦ୍ରଜାଲିକ ମାୟାରେ।
This poem has not been translated into any other language yet.
I would like to translate this poem