ସୃଷ୍ଟିର ରହସ୍ୟ
କଣ ଏଇଟା?
ଜୀବନ କଣ ରହିଛି ଏଠି?
କଣ ତେବେ ଜୀବନ?
ମାକୁ ପଚାରିଲି ଏ ପ୍ରଶ୍ନ,
ମା କହିଲା ବାପାଙ୍କୁ ପଚାର।
ବାପାଙ୍କୁ ପଚାରିବି ଭାବିଲାବେଳକୁ
ବାପା ଦେଖେଇଦେଲେ ଆକାଶ,
ଆଉ ଆକାଶ ଭିତରେ
ମୁଁ ରହିଗଲି କାକୁସ୍ଥ, ମୋହିତ ।
ଆଉ ଆକାଶ ପଶି ଆସିଲା
ମୋ ଭିତରକୁ କରିବାକୁ ଆଶ୍ଵସ୍ତ ।
ମୋର ହେତୁ ନ ଥିଲା
ଆଉ ଆଗକୁ କିଛି, ଥିଲା
ଖାଲି ରହସ୍ୟ ।
This poem has not been translated into any other language yet.
I would like to translate this poem