ତାପରେ କଣ?
କଣ ତାପରେ?
ତାପରେ ଖାଇବା,
ଖାଇବା ପରେ ଶୋଇବା,
ଶୋଇବା ପରେ ଦେଖିବା ସ୍ଵପ୍ନ,
ସ୍ଵପ୍ନରେ ଥିବେ ରଜାରାଣୀ,
ଶୁଣିବା କେତେ କାହାଣୀ ।
ସବୁ କାହାଣୀର
ନାୟକ ନାୟିକା ଆମେହିଁ ।
ଆମେ କହିବା,
ଆମେ ଶୁଣିବା,
ଆମେ ଥିବା,
ଆମେ ଯିବା,
ବେଲୁନ ଫାଟିବ ଯେବେ
ଆକାଶରେ
ଆମେ କହିବା
ଅଛୁଁରେ ଆମେ ଅଛୁଁ ।
ଦେଖିଲାବେଳକୁ କେହି
ନ ଥିବା ଆଉ ନ ଥିବ ବି
କିଛି, ଥିବ ଖାଲି ଆକାଶ
ଦେବାକୁ ସମସ୍ତ ନିର୍ଯ୍ୟାସ
ଅମୃତ ହେଉ କି
ହେଉ ବିଷ ।
This poem has not been translated into any other language yet.
I would like to translate this poem