ଦେଖେଁ ମୁଁ
ମୋ ଭିତରେ
ସମସ୍ତଙ୍କୁ ଦେଖେଁ ମୁଁ ।
ସମସ୍ତେ ରହିଥାନ୍ତି ସୁସ୍ଥରେ
ମୋ ଭିତରେ ।
ମୁଁ ମୋ ନିଜର କି ନୁହେଁ
ଏମିତି ଏକ ପ୍ରଶ୍ନ ଆସି
ହାଜର ହୋଇଯାଏ
ମୋ ଆଗରେ ।
ସୈନ୍ୟସାମନ୍ତସବୁ
ଜାଗତିଆର ଥାଆନ୍ତି
ଆଉ ଆମେ ନିଦେଇ
ପଡିଥାଉଁ ଯେ ଯାହାର
ଖିଆଲରେ, ନିଘା ନ ଥାଏ
ନିଜର ସ୍ଥିତିକୁ ।
This poem has not been translated into any other language yet.
I would like to translate this poem