ମୁଁ କଣ ବର୍ବର?
ନିଜସ୍ଵ ଶକ୍ତି
କଣ ନାହିଁ ମୋଠି
ଠିଆ ହେବାକୁ
ବିଶ୍ଵ ଦାଣ୍ଡରେ?
ମୋ ମାଟି
ନୁହଁ କି ଉର୍ବର
ହେବାକୁ ଗଛ,
ଫଳିବାକୁ ଶସ୍ୟ ।
ମୁଁ କଣ ଅନ୍ଧାରରେ?
ଦୁଇ ଚକ୍ଷୁ କଣ
ନୁହେଁ ଚନ୍ଦ୍ର ଓ ସୂର୍ଯ୍ୟ!
ମୁଁ କଣ ନୁହେଁ ମୋର?
କୋଉଠି ମୁକ୍ତିର ଦ୍ଵାର?
This poem has not been translated into any other language yet.
I would like to translate this poem