ଗଜାନନ ମିଶ୍ର ମରିଗଲେ
କାହାର କିଛି କ୍ଷତି ନାହିଁ ।
କାଟ, ବାଛ, ମାର
ଛୁରୀରେ ବନ୍ଧୁକରେ ବୋମାରେ ।
ତୁମେ ମାଲିକ, ତୁମେ ଚାକର,
ଚିତ୍ ପଟ୍ ସବୁ ତୁମର ।
ମାଟି ଆକାଶ ପାଣି ପବନ
ଅନ୍ଧାର ଆଲୋକ ସବୁ ତୁମର ।
ଏଥକୁ ନାହିଁ ନ କର
ତୁମ ଆଗରେ ଠିଆ ଏବେ
ଗଜାନନ ମିଶ୍ର ।
ଗଜାନନ ମିଶ୍ର ମରିଗଲେ
ବଦଳିବ ନାହିଁ ରୂପରଙ୍ଗ
କାଳିଆ କି ଧବଳାର ।
This poem has not been translated into any other language yet.
I would like to translate this poem