କେତେଦିନ
କେତେଦିନ
ଗଣୁଛ କେମିତି?
ତୁମପରି ମତେ
ଆସେ ନାହିଁ ଗଣିବା ।
ମୁଁ ବା କୋଉ
ଲୋକର ଲୋକ ଯେ
ଗଣିଦେଲେ କହି ହୋଇଯିବ
ଏତେଟା ସୂର୍ଯ୍ୟ ସେତେଟା ଚନ୍ଦ୍ର ।
ଜାଣେ ନା ଗଣି ମୁଁ ପ୍ରିୟ,
ଜାଣେ ନା ବି ରହନ୍ତି
କେମିତି କୋଉଠି କେତେବେଳେ ।
ଦିନଗଣାରେ କିନ୍ତୁ ଯାଉଛି ସମୟ,
ଜାଣେ ଯଦିଓ, ଏ ଗଣିବାର ଧାରା
ଆଦବକାଏଦା କିଛି ବି ନୁହେଁ ମୋର ।
This poem has not been translated into any other language yet.
I would like to translate this poem