ହେଃ, ଚୁପ୍।
ଆଉ ବଢ ନା ଆଗକୁ ।
ଏତେ ନିଆଁରେ
ଜଳିବା ବୟସ ନାହିଁ ମୋର ।
ଏତେ ତାରାରେ
କାଟିବାକୁ ନାହିଁ ଗାର ।
କେଇଖଣ୍ଡ ହାଡ ତ
ଆଉ ସେଇଟା ବି
ନୁହେଁ ମୋର ।
ଜଳିବା ହାଡ ବରଫ
ଅନ୍ଧାର ସବୁ ଶୂନ୍ୟଚାରୀ ଆଲୁଅ,
ଆଉ ଯାହାକୁ କହୁଛ ଆଲୁଅ
ସେ ପରା ବନ୍ଦୀ ବାଡିରେ ମୋର ।
ଭାଷା କାହିଁ ନବନାଗର?
This poem has not been translated into any other language yet.
I would like to translate this poem