ଦେଖ ମତେ
ମୁଁ ଅଛି ଏଠାରେ
ଏଇ ତୁମ ଆଗରେ
ତୁମେ କରୁଥିବାବେଳେ
ମତେ ଘୃଣା ସବୁବେଳେ ।
ମୁଁ ଅଛି ଦେଖେଇଦେବାକୁ
ଅନ୍ଧାର ଭିତରର ଆଲୁଅ ।
ମୁଁ ଅଛି କହିବାକୁ କଥା
ରୋକଠୋକ ସିଧାସଳଖ ।
ମୁଁ ଅଛି ନେବାକୁ ତୁମକୁ
ସେଇଠିକୁ ଯୋଉଠି
ରହିଛି କେବଳ ଅମୃତ
ଆଉ ଯୋଉଠି ଖୋଲା
ରହିଛି ଜନ୍ମଜାତକ ।
This poem has not been translated into any other language yet.
I would like to translate this poem