ସତ୍ୟର ହେଉ ଜୟ,
ସତ୍ୟ ହେଉଛି ମାଟି,
ସତ୍ୟ ହେଉଛି ମାଟିର ଉନ୍ନତି,
ସତ୍ୟ ହେଉଛି ମାଙ୍କ ଭାଷା
କରେ ନି କେବେ ଯାହା ଲୋକ ହସା ।
ସତ୍ୟର ହେଉ ଜୟ,
ମିଥ୍ୟାର ହେଉ କ୍ଷୟ,
ସତ୍ୟ କଣ ମିଥ୍ୟା କଣ
ଜାଣନ୍ତୁ ଜନସମୁଦାୟ ।
ସତ୍ୟ ପଥେ ଧର୍ମ ପଥେ
ଯାଉ ଜୀବନ ।
ନ୍ୟାୟକୁ ହେବାକୁ ଦିଅ ନା ଅନ୍ଧ ।
ସତ୍ୟ ଆଉ ନ୍ୟାୟରେ ରହୁ ମଣିଷ ।
ମଣିଷତ୍ଵର ଜୟଜୟକାର ଶୁଭୁ ସର୍ବତ୍ର ।
This poem has not been translated into any other language yet.
I would like to translate this poem