କେଣେ ଗଲା
ମହାନଦୀ ପାଣି
କେହି ଆଉ କିଛି
କହିଲେ ନାହିଁ ।
ଗଲା ଆଉ ଆସିଲା କଥା
କାହାରି କିଛି ହେତୁ ନାହିଁ ।
କେତେ ପ୍ରକାରର ଯୁଦ୍ଧ
ସରିଗଲାଣି କୋଉଠି କୋଉଠି
ହିସାବ କେହି ରଖି ନାହିଁ ।
ମା ବାପା ଭାଇ ଭଉଣୀ
ସମସ୍ତେ ଯେ ଯାହାର
ଜିନିଷପତ୍ର ଧରି ହେଲେଣି
ଯିବାକୁ ତରତର
ଦେଖିଲାବେଳକୁ ଏତେ
ମାଡି ଆସିଲାଣି ଡର ।
ଅସଲ କଥାରୁ ଓହରି ଯାଇ
ଖାଇପିଇ ତାସ ପିଟାରେ
ବ୍ୟସ୍ତ ରହିଗଲେଣି ଯେ ଯାହାର ।
ଆଉ କଣ ଅଛି ଯେ
କରିହେବ ଆଲୁଅକୁ ଅନ୍ଧାର ।
ଗୁପତ ରଖ ଆଉ ଆଉ କଥା
କାନରେ କହିଦେଇ
ଦେଇଦେଲେଣି ତାଟିକବାଟ ।
This poem has not been translated into any other language yet.
I would like to translate this poem