ଯାହା ବିଚାରୁଥିଲି
ହେଲା ତାହା ହିଁ ।
ସତ୍ୟ ଝୁଲିଲା
ଫାଶିରେ ।
ନିଆଁ ବୋହିଗଲା
ପାଣିରେ ।
ପାଣି ରହିଗଲା
ଆକାଶରେ ।
ଆକାଶରେ
ଉଡିଲା ମାଛ ।
ମାଛବାଛ ନାଇଁ କିଛି
ଦୁଲୁକିଲା ମାଟି ।
ମାଟି ଉପରେ ଥାଇ
ବିଚାରୁଥିଲି କୋଉଠି ।
This poem has not been translated into any other language yet.
I would like to translate this poem
earth life, life earth in the sky with dreams