କଣ ସେମାନେ
କହି ଚାଲିଛନ୍ତି
ଶୁଣାଯାଉ ପ୍ରଥମେ ।
ଆଉ ସେମାନେ
କହୁଛନ୍ତି ଯାହା
ବାହାର କରାଯାଉ
ସେ ସବୁର ଅର୍ଥ ।
ଅର୍ଥଗତ ପାର୍ଥକ୍ୟ
ଦେଖା ନ ଯାଉ ।
ଆଉ କୁହାଯାଉ
ରାମଶ୍ୟାମଦାମ
ସବୁ ଆସ, ଆସ ଆଉ
ଅକ୍ତିଆର କର
ନିଜ ନିଜ ଜାଗା
ଯାହା ଉପରେ
ଛିଡା ହୋଇ ତୁମେ
କହି ପାରିବ ନାମଧାମ
ଗୋତ୍ରପରିଚୟ ନିର୍ଭୁଲ ।
This poem has not been translated into any other language yet.
I would like to translate this poem