କହି ନାହିଁ କିଛି ।
ନାହିଁ କିଛି କହିବାକୁ ।
ଯେ ଯୋଉଠି ଚୁପେଚୁପ୍ ।
ପବନ ଅସ୍ଥିର,
ପାଣି ଅସ୍ଥିର,
ଆଉ ସବୁ ଅସ୍ଥିରତା ଭିତରେ
ଯାହାକୁ ସ୍ଥିର କହୁଛେ
ସେଇ ଭିତର
ଆମର ଯାତାୟାତ ।
କିଛି ନାହିଁ, ଆଉ ଅଛି ଯାହା
ସେତକ ନୁହେଁ ମୋର ।
ଯାହାକୁ ଯାହା କହୁଛ
ତାହା ଯେ ସେମିତି,
ନୁହେଁ ସତ ।
This poem has not been translated into any other language yet.
I would like to translate this poem