ପ୍ରିୟ ବନ୍ଧୁ, ଭେଦାଭେଦ ନାହିଁ ତାର ହେ
ଭାବ ଡୋରି ଦେଇ ବାନ୍ଧ ହେ ।
ଅଷ୍ଟାଙ୍ଗ ଯୋଗ ସାଧନ କରି ଗଜାନନ
ଅଳ୍ପକେ ଲଂଘିବ ଏଇ ଦୁସ୍ତର ଜୀବନ
ଅଣିମାଦି ଅଷ୍ଟ ଅଇଶ୍ଵର୍ଯ୍ୟ କରି ପୁଣି ପୂର୍ଣ
ଦିଶୁଥାଏ ଶୋଭାବନ ହେ ।
ନିରନ୍ତର ତପସ୍ୟାରେ ଥାଏ ସିଏ ରତ
କାଳିଦାସ ପରି ତାରଥାଏରେ ପାଣ୍ଡିତ୍ୟ।
ଦିଶୁଥାଏ ପୁଣି କାନ୍ତି ତାର ଝଟ ଝଟ
ନମି ଇନ୍ଦ୍ରିୟ ସମସ୍ତ ହେ ।
ପ୍ରଭାବ ବିସ୍ତାରି ଥାଏ କରିଣ ପ୍ରତାପ
ବଳଶାଳୀ ହୋଇଥାଏ ଯୁଗ ପରେ ଯୁଗ
ଉଦ୍ୟମ କରୁଥାଏଟି ସବୁଯାକ କାର୍ଯ୍ୟ
ଖ୍ୟାତି ଯାକ ତାର ଭାଗ ହେବ ହେ ।
ବହୁ ବଡ ବଡ କାର୍ଯ୍ୟ ସେ କରାଇଥାଏ
ବୈଷ୍ଣବଙ୍କୁ ଉଚ୍ଚାସନେ ନେଇ ରଖିଥାଏ
ଜାତିଭେଦ ଧର୍ମଭେଦ ସବୁକୁ ପାସୋରେ
ଆଦିଅନ୍ତ ମଧ୍ୟ ଧରେ ହେ ।
This poem has not been translated into any other language yet.
I would like to translate this poem