ନାହିଁ ମାନେ ନାହିଁ ନୁହଁ,
ଆଉ ହଁ ମାନେ ଯେ ହଁ
ଏମିତି ବି ନୁହଁ ।
ତୁମେ ଯେ ଏଠି
ଏତେବେଳେ ଏତେ କଥା
କହିଦେଉଛ ମୁଁ କରିବି କଣ ।
ମୁଁ ମାନେ କଣ ତୁମେ ନୁହଁ?
ତୁମେ ମାନେ କଣ ମୁଁ ନୁହଁ?
This poem has not been translated into any other language yet.
I would like to translate this poem