ଜନ୍ମଦିନ ଶୁଭେଚ୍ଛା,
ଯଦିଓ, ସନ୍ଦେହରେ ମୁଁ
ଜନ୍ମଦିନର ତିଥି, ତାରିଖ,
ଆଉ ସମୟ ଉପରେ ।
ଭିନ୍ନ ଭିନ୍ନ ବହିରେ,
ଭିନ୍ନ ଭିନ୍ନ ଜାଗାରେ
ଭିନ୍ନ ଭିନ୍ନ ଭାବରେ
ବଦଳୁଥାଏ ନାଡି ନକ୍ଷତ୍ର ।
ଆଉ ଯାହା ବଦଳେ,
ଯାହା ବଦଳୁଥାଏ, ତାହା
ନୁହଁ ସତ୍ୟ, ତାହା ନୁହଁ ସ୍ଥିର ।
ଆଉ ଯାହା ସତ୍ୟ ଓ
ସ୍ଥିର ନୁହେଁ ତାହା ହେବ
କେମିତି ମୋର କି କାହାର ।
This poem has not been translated into any other language yet.
I would like to translate this poem