କାହାର କେମିତି
ଦେଖି ଶୁଣି ଚାହିଁ
ବାହାରିଲାବେଳକୁ ଘରୁ
ଆଉ ନାହାନ୍ତି କେହି କୋଉଠି ।
ଯା ରେ ଯା, ଆଉ ନାହିଁ ବନ୍ଧନ,
ପବନ ପାଣିର ଖେଳ ବି
ନୁହେଁ ସରିବାର ।
ଦେଖିଥିଲୁ ଯାହା ଯେମିତି
ଆଉ କଣ ଅଛି ସେମିତି
ଏତେବେଳେ ଏଠି!
ବଦଳୁଥିବା ଆକାଶକୁ ଦେଖି
ଯଦି ପାରିଲ ହସି ଆଉ
ନାହିଁ କିଛି କହିବାର ଆଉ
ନାହିଁ ବି କାରଣ ଖୋଜିବାର ଠିକଣା ।
This poem has not been translated into any other language yet.
I would like to translate this poem