କାହାରି ନାହିଁ ପତ୍ତା,
ଯୋଉମାନେ ଥିଲେ ଏଠି,
ଖାଉଥିଲେ, ଶୋଉଥିଲେ,
କରୁଥିଲେ ହାକିମାଦି ।
ପତ୍ତା ନାହିଁ କାହାରି
ସେମାନଙ୍କର, ଯୋଉମାନେ
ଗାଉଥିଲେ ଗୀତ,
ନାଚୁଥିଲେ ନାଚ,
ଆଉ ଦୁଲୁକାଉଥିଲେ
ଗାଁ ଦାଣ୍ଡ, ଘର ଛାତ ।
ପତ୍ତା ନାହିଁ କାହାରି
ପାଣି ପବନ ଜୁଆରର
ଭାବର ପ୍ରେମର ଆଉ
ନିତିଦିନିଆ କାରସାଦିର ।
This poem has not been translated into any other language yet.
I would like to translate this poem